Radio Kalahandi

From the blog

ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଉତ୍ସବର ଦ୍ୱିତୀୟ ଦିବସରେ ଓଡିଶୀ ର ଏକକ,ଯୁଗଳ,ଦଳଗତ ନୃତ୍ୟ

ଗତ କାଲି (୨୭/୧୨) ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ବାରା ପର୍ଯ୍ୟବେଶିତ ଆନ୍ତର୍ଜାତିକ ଓଡିଶୀ ନୃତ୍ୟ ଉତ୍ସବ ର ଦ୍ୱିତୀୟ ଦିବସ ଥିଲା।ମଞ୍ଚ ଉପରେ ଓଡିଶୀ ନୃତ୍ୟ ଶିଳ୍ପୀମାନେ ‘ ଜୟ ଭଗବତୀ ଦେବୀ ନମୋ ବରଦେ ‘ ‘ ପ୍ରାଣ ସଙ୍ଗିନୀ ‘ ‘ ମଲ୍ଲି ମାଳ ଶ୍ୟାମ କୁ ଦେବୀ ‘ ଏବଂ ଏଭଳି ଗୋଟିଏ ପରେ ଗୋଟେ ନୃତ୍ୟ ପରିବେଷଣ କରି ଦର୍ଶକ ଙ୍କ ମନ ଜିଣିଥିଲେ।ଏଥିରେ ଓଡ଼ିଶା ସମେତ ଦେଶ ଓ ବିଦେଶରୁ ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ମାନେ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ। ପୂର୍ବାହ୍ନ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦ୍ଵୀପ ପ୍ରଜ୍ଜ୍ଵଳନ କରାଯାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା।ସନ୍ଧ୍ୟା ଅଧିବେଶନରେ ଅତିଥି ଭାବେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ମନସ୍ଵିନୀ ସାହୁ,ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ.ହୃଷୀକେଶ ମଲ୍ଲିକ,ସଚିବ ପ୍ରବୋଧ କୁମାର ରାଉତ,ଗୁରୁ ଧନେଶ୍ଵର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ର ଆରମ୍ଭ ହୋଇଥିଲା ସଂଗୀତା ଦାସଙ୍କ ଏକକ ନୃତ୍ୟ ରୁ।ପରେ କୋଲକାତା ର ସେନଗୁପ୍ତା , ଓଡିଶୀ ଯୁଗଲବନ୍ଦିରେ ଭଗତ ପ୍ରଧାନ ଓ ଦେବସ୍ମିତା ବାରିକ, ଭୁବନେଶ୍ୱର ର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଦଳଗତ ଓଡିଶୀ ଇତ୍ୟାଦି ଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ର ସଂଯୋଜନା ବିଶ୍ୱଜିତ୍ ବଳିୟାରସିଂହ କରିଥିବା ବେଳେ ପରିଚାଳନା କରିଥିଲେ ଓଡିଶୀ ଗବେଷଣା କେନ୍ଦ୍ରର ଗୁରୁବୃନ୍ଦ।

Leave a Reply

Your email address will not be published. Required fields are marked *

  • https://cast3.my-control-panel.com/proxy/radiokld/stream
  • Live Internet Radio