Radio Kalahandi

From the blog

ଆସୁଛି ଅନୁଭବଙ୍କ ନୂଆ ଚଳଚ୍ଚିତ୍ର ‘ଲଭ୍ ଇନ୍ ଲଣ୍ଡନ’

ଶୁଭେନ୍ଦ୍ର କୁମାର ମହାପାତ୍ର,

ଭୂବନେଶ୍ବର

ଆସନ୍ତାବର୍ଷ ପରଦା ଉପରକୁ ଆସିବାକୁ ଯାଉଛି ଭିନ୍ନ ଏକ ପ୍ରେମ କାହାଣୀକୁ ନେଇ ନୂଆ ଓଡିଆ ଚଳଚ୍ଚିତ୍ର ‘ଲଭ୍ ଇନ୍ ଲଣ୍ଡନ’। ଖାସ୍ କଥା ହେଲା ଏହି ଚଳଚ୍ଚିତ୍ର ଜରିଆରେ ପୁଣି ଥରେ ବଡ ପରଦାକୁ କମ୍ ବ୍ୟାକ୍ କରୁଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି। ଚଳଚ୍ଚିତ୍ରଟିକୁ ପ୍ରଯୋଜନା କରିଛନ୍ତି ନବୀନ ଭଣ୍ଡାରୀ ଏବଂ ଜେ. ବର୍ଖା। ଏହି ଚଳଚ୍ଚିତ୍ରର କାହାଣୀ ରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ। ଚିତ୍ରନାଟ୍ୟ ସୁରେଶ ପଟ୍ଟନାୟକ ଲେଖିଥିବା ବେଳେ ସଂଳାପ ଲେଖିଛନ୍ତି ଅନ୍ତର୍ଯ୍ୟାମୀ ସରଘରିଆ। ସଙ୍ଗୀତ ଦେଇଛନ୍ତି ବୈଦ୍ୟନାଥ ଦାସ, ଅସାଦ ନିଜାମ୍ ଓ ବିରାଜ। ଏହି ଚଳଚ୍ଚିତ୍ରରେ ଅନୁଭବଙ୍କ ସହ ସ୍କ୍ରିନ୍ ଶେୟାର କରିଛନ୍ତି ନବାଗତା ସ୍ଵପ୍ନା ପ୍ରିୟଦର୍ଶିନୀ ଏବଂ ସୌମ୍ୟା ସଚଦେବା। ଚଳଚ୍ଚିତ୍ରର ଫାଷ୍ଟଲୁକ୍ ପୋଷ୍ଟରରେ ଅନୁଭବ ଏବଂ ସ୍ଵପ୍ନା ପ୍ରିୟଦର୍ଶିନୀଙ୍କ ଏକ ଲିପ୍ ଲକ୍ ଦୃଶ୍ୟ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରଟି ଆସନ୍ତା ବର୍ଷ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

  • https://cast3.my-control-panel.com/proxy/radiokld/stream
  • Live Internet Radio