Radio Kalahandi

From the blog

ଆସୁଛି ‘ହାତକଡି’

Hatakadi

ଶୁଭେନ୍ଦ୍ର କୁମାର ମହାପାତ୍ର,

ଭୁବନେଶ୍ବର ।

ସାଧାରଣତଃ ଅସାମାଜିକମାନଙ୍କୁ ବାନ୍ଧିବା ପାଇଁ ଦରକାର ପଡିଥାଏ ହାତକଡି ର। ହେଲେ, ସେଇ ହାତକଡି ଯଦି ପ୍ରେମୀଯୁଗଳଙ୍କ ହାତରେ ପଡେ ତାହାଲେ କ’ଣ ହବ। ଏମିତି ଏକ କାହାଣୀକୁ ନେଇ ତିଆରି ହୋଇଛି ନୂଆ ଓଡିଆ ଚଳଚ୍ଚିତ୍ର’ ହାତକଡି ‘। ଚଳଚ୍ଚିତ୍ରଟିକୁ ପ୍ରଯୋଜନା କରିଛନ୍ତି ରମେଶ ବାରିକ। ଆର. ଆର. ଇଭେଣ୍ଟସ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ ( ବାପି )।ସଂଳାପ ଡ. ରଜନୀ ରଞ୍ଜନ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ। ସିନେମାଟୋଗ୍ରାଫି ଦାୟିତ୍ଵରେ ଅଛନ୍ତି ଆର. ଭଗତ ସିଂ। ଚଳଚ୍ଚିତ୍ର ବିଷୟରେ ସଂଳାପକାର ଡ. ରଜନୀ କହିଛନ୍ତି ଯେ, ଏହି ଚଳଚ୍ଚିତ୍ରରେ ଦର୍ଶକ ଲଭ, ଇମୋସନ, ଟ୍ରାଜେଡ଼ି, କମେଡି ଆଦି ତଡକା ଦେଖିବାକୁ ପାଇବେ।

‘ହାତକଡି’ ର ମୁଖ୍ୟ ଭୂମିକାରେ ଅଛନ୍ତି ଜ୍ୟୋତି ନାୟକ ଓ ସୁପ୍ରିୟା। ଏମାନଙ୍କ ବ୍ୟତୀତ ପିଣ୍ଟୁ ନନ୍ଦ , ଅଶୋକ ଦାସ, ପ୍ରଜ୍ଞା, ଶଙ୍କର, ପ୍ରତିଭା ପଣ୍ଡା ଆଦି ପ୍ରମୁଖ କଳାକାର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *

  • https://cast3.my-control-panel.com/proxy/radiokld/stream
  • Live Internet Radio