Radio Kalahandi

From the blog

ଜାନୁୟାରୀ ଶେଷ ସପ୍ତାହରେ ରିଲିଜ ହେବ ‘ମାମା ୱେଡସ ପାପା’।

Mama weds Papa

ଶୁଭେନ୍ଦ୍ର କୁମାର ମହାପାତ୍ର ,

ଭୁବନେଶ୍ବର ।

ସାଧାରଣତଃ ମା’-ବାପାମାନେ ସେମାନଙ୍କ ପିଲାମାନଙ୍କର ବିବାହ କରେଇଥାଆନ୍ତି । କିନ୍ତୁ ପିଲାମାନେ ଯେ, ମା’ – ବାପାଙ୍କ ବାହାଘର କରୁଛନ୍ତି ଏକଥା ଶୁଣିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ହଁ, ଏକଥା ରିଅଲ ଲାଇଫ୍ ରେ ନୁହେଁ ବରଂ ରିଲ୍ ଲାଇଫ୍ ରେ ଘଟିବାକୁ ଯାଉଛି । ଏମିତି ଏକ ଭିନ୍ନ କାହାଣୀକୁ ନେଇ ପ୍ରଯୋଜକ ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି ନିର୍ମାଣ କରିଛନ୍ତି ନୂଆ ଓଡିଆ ଚଳଚ୍ଚିତ୍ର’ ମାମା ୱେଡସ ପାପା’। ଏହି ସିନେମାରେ ଫ୍ୟାମିଲି ଡ୍ରାମା, ସସପେନ୍ସ, ରୋମାନ୍ସ ଏବଂ କମେଡି ଭରି ରହିଛି ଆଉ ଏଥିରୁ ସବୁ ବର୍ଗର ଦର୍ଶକ ମଜା ଉଠାଇପାରିବେ ବୋଲି କହିଛନ୍ତି ଏହାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶକ ଆପୁ କାନୁନଗୋ। ଏଥିରେ ସଙ୍ଗୀତ ଦେଇଛନ୍ତି ଅସାଦ ନିଜାମ ।

ଚଳଚ୍ଚିତ୍ରଟିର ସମସ୍ତ କାମ ସରିଛି ଏବଂ ଏହା ଚଳିତ ମାସ ଶେଷ ସପ୍ତାହରେ ରିଲିଜ ହେବ ବୋଲି କହିଛନ୍ତି ଏହାର ମିଡିଆ ପ୍ଲାନର ଅମରେଶ ବେହୁରା। ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଛନ୍ତି ଅଭିଷେକ, ରିଷିତା, ପ୍ରିୟଙ୍କା, ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ, ଗୁଡ୍ଡୁ, ଐଶ୍ଵର୍ଯ୍ୟା, ଶିଶୁ କଳାକାର ମୁନି ଏବଂ ବଲିଉଡ ଅଭିନେତା କ୍ରିଷ୍ଣା ଅଭିଷେକ।

Leave a Reply

Your email address will not be published. Required fields are marked *

  • https://cast3.my-control-panel.com/proxy/radiokld/stream
  • Live Internet Radio