Radio Kalahandi

From the blog

‘ପ୍ରତିଶୋଧ’ ରେ ଏଲିନାଙ୍କ ନୂଆ ଅବତାର ।

ଶୁଭେନ୍ଦ୍ର କୁମାର ମହାପାତ୍ର

ଭୁବନେଶ୍ବର

ଜୀବନରେ ଅନେକ ବାଧାବିଘ୍ନକୁ ସାମନା କରିଥିବା ଗୋଟେ ସାଧାରଣ ଝିଅ ସମୟ ଆସିଲେ କିପରି ପ୍ରତିଶୋଧ ନେଉଛି ତାକୁ’ହିଁ ନେଇ ତିଆରି ହୋଇଛି ନୂଆ ଓଡିଆ ସିନେମା ‘ପ୍ରତିଶୋଧ ‘ ର କାହାଣୀ । ଖାସ୍ କଥା ହେଲା ଏହି ସିନେମାରେ ଦର୍ଶକ ଏଲିନାଙ୍କୁ ଏକ ଆକ୍ସନ ଭୂମିକାରେ ଦେଖିବାକୁ ପାଇବେ । ଓଲିଉଡକୁ ଅନେକ ହିଟ୍ ସିନେମା ଦେଇଥିବା ଏଲିନା ଏଥିରେ ମଧ୍ଯ ସଫଳତା ପାଇବାକୁ ଆଶା ରଖିଛନ୍ତି ।

ଜି – ସାର୍ଥକ ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ସିନେମାଟିକୁ ପ୍ରଯୋଜନା କରିଛନ୍ତି କ୍ଷୀରୋଦ ପଟ୍ଟନାୟକ। ନିର୍ଦ୍ଦେଶନା ଦେଇଛନ୍ତି ସାଇ ସ୍ଵରାଜ ମଙ୍ଗରାଜ। ଚିତ୍ରନାଟ୍ୟ ସହ ସଂଳାପ ଲେଖିଛନ୍ତି ଭରଦ୍ବାଜ ପଣ୍ଡା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡୁଲି ରଥ। ଜବରଦସ୍ତ ଆକ୍ସନ ଓ ଡ୍ରାମାକୁ ନେଇ ନିର୍ମିତ ସିନେମା ‘ପ୍ରତିଶୋଧ’ ଦର୍ଶକଙ୍କୁ ଶତ ପ୍ରତିଶତ ଏଣ୍ଟରଟେନମେଣ୍ଟ ଦେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଏଲିନାଙ୍କ ବ୍ୟତୀତ ଏଥିରେ ଅଭିନୟ କରିଥିବା ଅନ୍ୟ ପ୍ରମୁଖ କଳାକାରମାନେ ହେଲେ କୁନା ତ୍ରିପାଠୀ, ସମରେଶ ରାଉତରାୟ ଓ ବବି ମିଶ୍ର ।

Leave a Reply

Your email address will not be published. Required fields are marked *

  • https://cast3.my-control-panel.com/proxy/radiokld/stream
  • Live Internet Radio