Radio Kalahandi

From the blog

ରିଲିଜ୍ ଅପେକ୍ଷାରେ ପ୍ରିୟଙ୍କାଙ୍କ ‘ଜି ଲେ ଜରା’

ଶୁଭେନ୍ଦ୍ର କୁମାର ମହାପାତ୍ର,

ଭୂବନେଶ୍ବର

ହିନ୍ଦୀ ଫିଲ୍ମ ‘ଜି ଲେ ଜରା’ ଜରିଆରେ ବଲିଉଡକୁ ପୁଣି ଥରେ କମ୍ ବ୍ୟାକ୍ କରୁଛନ୍ତି ପୂର୍ବତନ ବିଶ୍ଵ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା । ଜୋୟା ଅଖତରଙ୍କ ଏହି ‘ଜି ଲେ ଜରା’ ଫିଲ୍ମ କୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ପ୍ରିୟଙ୍କା। ଯେତେବେଳେ ଏହି ଫିଲ୍ମର ଅଫର ତାଙ୍କୁ ଦିଆଗଲା ସେ କିଛି ସମୟ ଚିନ୍ତା କରିବା ପରେ ହଁ କହିଥିଲେ। ଏ ନେଇ ସେ କହିଛନ୍ତି ‘ ଯେତେବେଳେ ମୋତେ ଏହି ଅଫର ମିଳିଲା, ତା ପୂର୍ବରୁ କିଛି ସୁଯୋଗ ମୁଁ ହାତଛଡ଼ା କରିଥିଲି। କାରଣ ସେତେବେଳେ ମୋ ପାଖରେ ସମୟ ନଥିଲା। କିଛି ଲୋକ ଭାବିଥିଲେ ଯେ, ମୁଁ ଆଉ ବଲିଉଡକୁ ଫେରିବିନି। ହେଲେ ସେ ସବୁ ମିଛ। ବଲିଉଡ ମୋତେ ଯେଉଁ ନେମ୍ ଫେମ୍ ଦେଇଛି ତାହାକୁ ମୁଁ କେବେବି ଭୁଲି ପାରିବି ନାହିଁ। ଏହି ଫିଲ୍ମକୁ ନେଇ ବହୁତ ଆଶା ରହିଛି। ବାକି ସବୁ ଦର୍ଶକଙ୍କ ଉପରେ ନିର୍ଭର କରେ।’ ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଫରହାନ ଅଖତର। ଏଥିରେ ପ୍ରିୟଙ୍କାଙ୍କ ସହ କ୍ୟାଟ୍ରିନା କୈଫ ଏବଂ ଆଲିଆ ଭଟ୍ଟ ମଧ୍ୟ ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *

  • https://cast3.my-control-panel.com/proxy/radiokld/stream
  • Live Internet Radio