Radio Kalahandi

From the blog

ଆସୁଛି ନୂଆ ଓଡିଆ ଚଳଚ୍ଚିତ୍ର ‘ ଚାହିଁଥିବି ତୋତେ ହଜାରେ ବରଷ’

Chahinthibi tote hajare barasa

ଶୁଭେନ୍ଦ୍ର କୁମାର ମହାପାତ୍ର

ଭୁବନେଶ୍ବର

ଜଣେ ପ୍ରେମିକ ନିଜ ପ୍ରେମକୁ ସଫଳ କରିବାକୁ କାହିଁକି ହଜାରେ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ରାଜି ଅଛି ତାକୁ’ହିଁ ନେଇ ୱି ଆଇକନ୍ସ ବ୍ୟାନରରେ ନିର୍ମିତ ହୋଇଛି ନୂଆ ଓଡିଆ ଚଳଚ୍ଚିତ୍ର ‘ ଚାହିଁଥିବି ତୋତେ ହଜାରେ ବରଷ ‘। ଯାହାକୁ ପ୍ରଯୋଜନା କରିଛନ୍ତି ଭାରତୀ ନାୟକ । ଚଳଚ୍ଚିତ୍ରଟିର କାହାଣୀ ପରିକଳ୍ପନା ମନୋଜ ନାୟକ କରିଥିବା ବେଳେ ସଂଳାପ ଲେଖିଛନ୍ତି ମନୋରଞ୍ଜନ ଦାସ। ସଙ୍ଗୀତ ନିର୍ଦ୍ଦେଶନା ସୌମିତ୍ରୀ ଦେଇଥିବା ବେଳେ ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେଇଛନ୍ତି ଦେବପ୍ରିୟ ସେନାନାୟକ । ଏକ ତ୍ରିକୋଣୀୟ ଟିନ୍ – ଏଜ୍ ଲଭଷ୍ଟୋରିକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଶୁଭମ ନାୟକ ଥିବାବେଳେ ନାୟିକା ଭୂମିକାରେ ଅଛନ୍ତି ସୁଶ୍ରୀ ରଥ। ଏମାନଙ୍କ ବ୍ୟତୀତ ଚଳଚିତ୍ରଟିରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ ସ୍ଵର୍ଗତ ମିହିର ଦାସ, ରତନ ମେହେର, କାଳୀଚରଣ, ଯୋଗେଶ ଜୋଜୋ, କେଦାର ପଟେଲ, ଝାନସୀରାଣୀ ଦାସ ଏବଂ ମୁନିଆ ପାଣିଗ୍ରାହୀ। ଚଳଚ୍ଚିତ୍ରଟି ଖୁବ୍ ଶୀଘ୍ର ପରଦା ଉପରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

  • https://cast3.my-control-panel.com/proxy/radiokld/stream
  • Live Internet Radio