Radio Kalahandi

From the blog

ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା ର ହେବ ହିନ୍ଦୀ ରିମେକ

ଶୁଭେନ୍ଦ୍ର କୁମାର ମହାପାତ୍ର

ଭୁବନେଶ୍ଵର

ଗୋଆ ଠାରେ ଚାଲିଥିବା ୫୩ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ କୁ ଦେଖିବାପରେ ଭାବବିହ୍ବଳ ହୋଇପଡ଼ିଲେ ବଲିଉଡ ଅଭିନେତା ଅନୁପମ ଖେର । ‘ପ୍ରତୀକ୍ଷା’ ର ହିନ୍ଦୀ ରିମେକ କରିବା ସହ ପ୍ରଯୋଜନା ଭାର ନିଜେ ବହନ କରିବାକୁ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରଟିରେ ସେ ନିଜେ ବାପା ଭୂମିକାରେ ଅଭିନୟ କରିବେ ବୋଲି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ନିଶ୍ଚିତ କରିବା ସହ ଅଗ୍ରୀମ ଆକାରରେ ୧୧ଶହ ଟଙ୍କା ପ୍ରଦାନ କରିଛନ୍ତି।
ବିଶିଷ୍ଟ କଥାକାର, ଗାଳ୍ପିକ ତଥା ଔପନ୍ୟାସିକ ଗୌରହରି ଦାସଙ୍କ ଏକ ଗଳ୍ପ ‘ବାପା’ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଗୋଟିଏ ମଧ୍ୟବିତ୍ତ ପରିବାରର ବାପ ପୁଅ ଙ୍କ ସମ୍ପର୍କ ଉପରେ ପର୍ଯ୍ୟବେସିତ। ଗୋଟିଏ ମଧ୍ୟବିତ୍ତ ପରିବାରର ପୁଅ ଚାକିରି ପାଇଁ କେଉଁ ସବୁ ସମସ୍ୟାର ସାମ୍ନା କରୁଛି ସେହି କଥା ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ମାଧ୍ୟମରେ ଦର୍ଶାଯାଇଛି ।
ଖାଲି ଓଡ଼ିଶାରେ ନୁହେଁ ବରଂ ବେଙ୍ଗାଲୁରୁର ୩ଟି ଏବଂ ମୁମ୍ବାଇ ଓ ପୁଣେ ର ୨ଟି ହଲରେ ମୁକ୍ତିଲାଭ କରିଛି ‘ପ୍ରତୀକ୍ଷା’ । ଚଳଚ୍ଚିତ୍ରଟିକୁ ପ୍ରଯୋଜନା ସହ ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ । ‘ପ୍ରତୀକ୍ଷା’ ର ମୁଖ୍ୟ କଳାକାର ମାନେ ହେଲେ ସିଦ୍ଧାନ୍ତ ମହାପାତ୍ର, ଦୀପନ୍ବିତ ଦାସ ମହାପାତ୍ର, ବର୍ଷା ନାୟକ ଓ ଚୌଧୁରୀ ଜୟପ୍ରକାଶ ଦାସ ।

Leave a Reply

Your email address will not be published. Required fields are marked *

  • https://cast3.my-control-panel.com/proxy/radiokld/stream
  • Live Internet Radio