Radio Kalahandi

From the blog

ଡିସେମ୍ବର ୩୦ ରେ ‘ବୋଉ ର ହାତ ବାକ୍ସ’

ଶୁଭେନ୍ଦ୍ର କୁମାର ମହାପାତ୍ର,

ଭୂବନେଶ୍ବର

୨୦୨୨ ଡିସେମ୍ବର ରେ ରିଲିଜ ହେବାକୁ ଯାଉଛି ନୂଆ ଓଡିଆ ସିନେମା ‘ବୋଉ ର ହାତ ବାକ୍ସ’। ସିନେମାର କାହାଣୀଟି ଗାଁ’ରେ ରହୁଥିବା ଗୋଟେ ପରିବାର ଓ ସହରରେ ରହୁଥିବା ସେହି ପରିବାରର ପୁଅକୁ ନେଇ ନିର୍ମିତ। ଗାଁ ଠାରୁ ଅନେକ ଦୂର ସହରରେ ରହୁଥିବା ପୁଅ ପ୍ରତି ଥିବା ମା’ର ନିସ୍ୱାର୍ଥପର ଭଲପାଇବା ଆଉ ଅନାବିଳ ସ୍ନେହକୁ ଏହି ସିନେମାରେ ଦର୍ଶକ ଦେଖିବାକୁ ପାଇବେ। କାହାଣୀ ଅନୁସାରେ ପରିବାରର ସବୁ ସୁଖ ଦୁଃଖକୁ ନିଜ କାନ୍ଧରେ ବୋହି ସମସ୍ତଙ୍କୁ ଖୁସି ବାଣ୍ଟି ପାରୁଥିବା ଲୋକଟି ହେଉଛି ବୋଉ। ସାଧାରଣତଃ ଓଡିଆ ଘରମାନଙ୍କରେ ସବୁ ବୋଉମାନେ ନିଜ ପିଲାମାନଙ୍କ ପାଇଁ ଗୋଟେ ଗୋଟେ ହାତ ବାକ୍ସ ରଖିଥାଆନ୍ତି। କିନ୍ତୁ ସେଥିରେ ସେମାନେ କ’ଣ ରଖିଥାଆନ୍ତି ସେକଥା ପିଲାମାନେ ଜାଣନ୍ତିନି। ପିଲାମାନେ କେବେ ଦେଖିନଥିବା ସେଇ ହାତ ବାକ୍ସ ଭିତରେ ପ୍ରକୃତରେ କ’ଣ ଥାଏ ତାହା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।

ଚାଇରୋସନା ଫିଲ୍ମ ପ୍ରଯୋଜିତ ଓ ସଞ୍ଜୟ ଦାସଙ୍କ ନିବେଦିତ ଏହି ସିନେମାର ଚିତ୍ରନାଟ୍ୟ ଓ ନିର୍ଦ୍ଦଶେନା ଦେଇଛନ୍ତି ନାରାୟଣ ପତି। କାହାଣୀ ଡ. ଆରତୀ ପାଟ୍ଟଯୋଶୀ ଲେଖିଥିବା ବେଳେ ଗୀତଗୁଡିକ ରଚନା କରିଛନ୍ତି ଦେବଦାସ ଛୋଟରାୟ ଓ ମାନଗୋବିନ୍ଦ ବାରିକ। ଗୀତଗୁଡିକୁ ସଙ୍ଗୀତରେ ସଜାଇଛନ୍ତି କ୍ଷିତୀ ପ୍ରକାଶ ମହାପାତ୍ର। ସମ୍ପାଦନା ଚନ୍ଦ୍ରଶେଖର ମିଶ୍ର କରିଥିବା ବେଳେ ଚିତ୍ର ଉତ୍ତୋଳନ କରିଛନ୍ତି ବିରଜା ପ୍ରସନ୍ନ କର। ଏହି ସିନେମାରେ ବାପା ଭୂମିକାରେ ନିର୍ଦ୍ଦେଶକ ନାରାୟଣ ପତି ଅଭିନୟ କରିଥିବା ବେଳେ ବୋଉ ଭୂମିକାରେ ଲୋପାମୁଦ୍ରା ମିଶ୍ର ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *

  • https://cast3.my-control-panel.com/proxy/radiokld/stream
  • Live Internet Radio