Radio Kalahandi

From the blog

ଅନ୍ତର୍ଜାତୀୟ ମହୋତ୍ସବ ରେ ଓଡ଼ିଆ ଚଳଚ୍ଚିତ୍ର “ଡାଲଚିନି” ପୁରସ୍କୃତ

Pratiksha Jena,

Bhubaneswar

 

ଗତ ୧୨ ଓ ୧୩ ଦୁଇ ଦିନ ବ୍ୟାପି ଅନୁଷ୍ଠିତ ପ୍ରଥମ ନର୍ଥଇଷ୍ଟ ଇଣ୍ଡିଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୨ ରେ ଓଡ଼ିଆ ଚଳଚ୍ଚିତ୍ର ଡାଲଚିନି ପୁରସ୍କୃତ। ନାଗାଲାଣ୍ଡ ର ଦିନାପୁର ରେ ଏନଏଫ୍ ଡିସି ,ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ନୋଡାଲ ଡିପାର୍ଟମେଣ୍ଟ ଫର୍ ଫିଲ୍ମ ନାଗାଲାଣ୍ଡ ର ମିଳିତ ଉଦ୍ୟମ ରେ ଏହି କାର୍ଯ୍ୟକ୍ରମ ସଫଳତା ର ଶୀର୍ଷ ଛୁଇଁଥିଲା। ଶ୍ରେଷ୍ଠ ଏ୍ସପେରିମେନଟାଲ ଚଳଚ୍ଚିତ୍ର ଭାବେ ପୁରସ୍କାର ପାଇଥିଲା ଓଡ଼ିଆ ଚଳଚ୍ଚିତ୍ର “ଡାଲଚିନି”। ଏହି ଚଳଚ୍ଚିତ୍ର ଟି ପିନାକୀ ସିଂ ଏବଂ ସିସିର କୁମାର ସାହୁ ଙ୍କ ଦ୍ଵାରା ନିର୍ଦ୍ଦେଶିତ ହୋଇଛି ।
ଏଣେ ଅପର ପକ୍ଷରେ ପ୍ରଯୋଜକ ଅତିସ କୁମାର ରାଉତ ବରିଷ୍ଟ ବ୍ୟକ୍ତି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି।
ଗତ ଡିସେମ୍ବର ୧୦ ତାରିଖ ରେ ୨ୟ କର୍ଣ୍ଣାଟକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୨ ଏହି ” ଚଳଚ୍ଚିତ୍ର “
ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଥିଲା। ଏହା ସହ ଶିମିଲା ଚଳଚ୍ଚିତ୍ର ମହୋତ୍ସବ ରେ ମଧ୍ୟ ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ପୁରସ୍କୃତ ହୋଇଥିଲା। ଯୁଧିଷ୍ଟିର ବେହେରା ପୁରସ୍କାର ଗ୍ରହଣ କରିଥିଲେ।ରିତୁପ୍ରୀୟା ପ୍ରଡକ୍ସନ ଦ୍ଵାରା ନିର୍ମିତ ଏହି ଚଳଚ୍ଚିତ୍ର ରେ ଭରପୁର ମାତ୍ରା ରେ love ଓ romance ଦେଖିବାକୁ ମିଳିଛି। ଚଳଚ୍ଚିତ୍ର ର କାହାଣୀ ଜିତେନ୍ଦ୍ରିୟ ପ୍ରଧାନ ଲେଖିଥିବା ବେଳେ ସୂର୍ଯ୍ୟମୟୀ ମହାପାତ୍ର ଓ ପାର୍ଥସାରଥୀ ରାୟ ଙ୍କୁ ଏହାର ପ୍ରମୁଖ ଭୂମିକା ରେ ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *

  • https://cast3.my-control-panel.com/proxy/radiokld/stream
  • Live Internet Radio