Radio Kalahandi

From the blog

ଶୁଭମୁକ୍ତି କଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରସ୍ଥାନମ୍’

ଶୁଭେନ୍ଦ୍ର କୁମାର ମହାପାତ୍ର ,

ଭୁବନେଶ୍ଵର

ଫ୍ରାଇଡ଼େ ରିଲିଜ୍ ଅବସରରେ ଗତକାଲି ଶୁଭମୁକ୍ତି କରିଛି ଓଡ଼ିଆ ଚଳଚ୍ଚିତ୍ର ‘ ପ୍ରସ୍ଥାନମ୍’ । ସାରା ଓଡିଶାରେ ୩୦ଟି ପ୍ରେକ୍ଷାଳୟରେ ଏହା ମୁକ୍ତିଲାଭ କରିଥିବା ବେଳେ ସନ୍ଧ୍ୟା ୬ଟାରେ ଭୁବନେଶ୍ବର ସିନେପଲିସ୍ ରେ ଏହାର ପ୍ରିମିୟର ହୋଇଥିଲା । ରେନଡ୍ରପ ପିକଚର ଓ ଏସ୍ ଏସ୍ କ୍ରିଏଟିଭ ଫିଲ୍ମ ର ମିଳିତ ସହଯୋଗରେ ନିର୍ମିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି ଅମ୍ଳାନ ଓ ଶ୍ରଦ୍ଧାଞ୍ଜଳି । ଚଳଚ୍ଚିତ୍ରଟିରେ ଏକ ନିଆରା ଭୂମିକାରେ ନଜର ଆସିଛନ୍ତି ଅଭିନେତା ପାର୍ଥସାରଥୀ । ଅନ୍ୟମାନଙ୍କ ମଧ୍ୟରେ ସ୍ଵର୍ଗତ ମିହିର ଦାସ, ମନୋଜ ମିଶ୍ର, ଉଷସୀ ମିଶ୍ର, ରାଜସ୍ମିତା କର, ଅନୁଗୁଳିଆ ବଣ୍ଟି ଏବଂ ଖୋର୍ଦ୍ଧା ଟୋକା ବାପି ପ୍ରମୁଖ ଅଭିନୟ କରିଛନ୍ତି ।
ଚଳଚ୍ଚିତ୍ରଟି ନିଶ୍ଚୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା କହିଛନ୍ତି। ଚଳଚ୍ଚିତ୍ର ‘ ପ୍ରସ୍ଥାନମ୍’ ର ନିର୍ଦ୍ଦେଶନା ଭାର ରାଜା ଡି ତୁଲାଇଥିବା ବେଳେ କାହାଣୀ ଓ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି କୁମାରଶ୍ରୀ ସାହୁ। ପ୍ରଯୋଜନାରେ ରିଙ୍କୁ ରିନୁ ଜେନା ଓ ଦେବେଶ ଚନ୍ଦ୍ର ଦାସ ଥିବାବେଳେ ସହ-ପ୍ରଯୋଜନା ରେ ଅଛନ୍ତି ସୁଶୀଲ ବାରିକ। ଚଳଚ୍ଚିତ୍ରଟିର ସଂଳାପ ମାନସ ପଢ଼ିଆରୀ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅସାଦ ନିଜାମ ଏବଂ ସମ୍ପାଦନା କରିଛନ୍ତି ରଞ୍ଜନ ଖଟେଇ। ଚିତ୍ରତ୍ତୋଳନରେ ଅଛନ୍ତି ଅକ୍ଷୟ କୁମାର ନାୟକ ।

Leave a Reply

Your email address will not be published. Required fields are marked *

  • https://cast3.my-control-panel.com/proxy/radiokld/stream
  • Live Internet Radio